2.4 KiB
2.4 KiB
ଆଉ ସେମାନେ ଉପସ୍ଥିତ ହୋଇ
ଏହି ଶବ୍ଦ “ସେମାନେ” ସୈନ୍ୟମାନେ, ଦୁଷ୍କର୍ମକାରୀମାନେ, ଓ ଯୀଶୁ ଅନ୍ତର୍ଭୁକ୍ତ ଅଟନ୍ତି।
ସେମାନେ ତାହାଙ୍କୁ କୃଶରେ ଚଢାଇଲେ
“ସୈନ୍ୟମାନେ ଯୀଶୁଙ୍କୁ କୃଶରେ ଚଢାଇଲେ”
ଜଣକୁ ଦକ୍ଷିଣରେ
“ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଯୀଶୁଙ୍କ ଦକ୍ଷିଣ ପାର୍ଶ୍ୱରେ କୃଶରେ ଚଢାଇଲେ”
ଅନ୍ୟ ଜଣକୁ ବାମରେ
“ଅନ୍ୟ ଦୁଷ୍କର୍ମକାରୀକୁ ଯୀଶୁଙ୍କ ବାମ ପାର୍ଶ୍ୱରେ କୃଶରେ ଚଢାଇଲେ”
ଏମାନଙ୍କୁ କ୍ଷମା କର
ଏହି ଶବ୍ଦ “ଏମାନଙ୍କୁ” ଯେଉଁମାନେ ଯୀଶୁଙ୍କୁ କୃଶରେ ଚଢାଇଲେ ସେମାନଙ୍କୁ ଦର୍ଶାଏ।
କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ
“କାରଣ ସେମାନେ କଅଣ କରୁଅଛନ୍ତି ତାହା ବୁଝନ୍ତି ନାହିଁ ” ସୈନ୍ୟମାନେ ବୁଝୁ ନ ଥିଲେ ଯେ ସେମାନେ ମନୁଷ୍ୟପୁତ୍ରଙ୍କୁ କୃଶ ଉପରେ ଚଢାଉଅଛନ୍ତି। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “କାରଣ ସେମାନେ ପ୍ରକୃତରେ ଜାଣି ନ ଥିଲେ ଯେ ସେମାନେ କାହା ପ୍ରତି ଏପ୍ରକାର କରୁଛନ୍ତି।”
ସେମାନେ ଗୁଲିବାଣ୍ଟ କଲେ
ସୈନ୍ୟମାନେ ଏକ ପ୍ରକାର ଜୁଆ ଖେଳରେ ଭାଗନେଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ଜୁଆ ଖେଳିଲେ”
ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ
“ସୈନ୍ୟମାନଙ୍କ ମଧ୍ୟରୁ କିଏ ଯୀଶୁଙ୍କ ବସ୍ତ୍ରସବୁ ଗୃହକୁ ନେବ ତାହା ନିର୍ଣ୍ଣୟ କରିବା ନିମନ୍ତେ”