Door43-Catalog_or_tn/LUK/23/29.md

24 lines
2.7 KiB
Markdown

# ଯେଉଁଥିପାଇଁ ସେମାନେ କହିବେ
“ଯେତେବେଳେ ଲୋକେ କହିବେ”
# ବନ୍ଧ୍ୟା
“ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ପ୍ରସବ କରି ନାହାନ୍ତି”
# ସେତେବେଳେ
“ସେହି ସମୟରେ”
# ପର୍ବତମାନଙ୍କୁ
“ସେମାନେ ପର୍ବତମାନଙ୍କୁ କହିବେ”
# କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କଅଣ ନ ଘଟିବ?
ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) ଏହା ଏକ ଉକ୍ତି ରୂପେ ଅନୁବାଦ କରାଯାଇପାରେ: “ତୁମ୍ଭେମାନେ ଦେଖିପାର ଯେ, ସତେଜ ବୃକ୍ଷ ପ୍ରତି ସେମାନେ ଏହି ମନ୍ଦ ବିଷୟଗୁଡ଼ିକ କରୁଛନ୍ତି, ତେଣୁ ତୁମ୍ଭେମାନେ ନିଶ୍ଚିତ ହୋଇପାର ଯେ ଶୁଷ୍କ ବୃକ୍ଷ ପ୍ରତି ସେମାନେ ଆହୁରି ଅଧିକ ମନ୍ଦ ବିଷୟ କରିବେ।” ଏହାର ଅର୍ଥ ହେଉଛି “ତୁମ୍ଭେମାନେ ଦେଖୁଅଛ ଯେ ବର୍ତ୍ତମାନ ଏହି ଉତ୍ତମ ସମୟରେ ସେମାନେ ମନ୍ଦ ବିଷୟ କରୁଛନ୍ତି, ତେଣୁ ତୁମ୍ଭେମାନେ ନିଶ୍ଚିତ ହୋଇପାର ଯେ ଭବିଷ୍ୟତରେ ମନ୍ଦ ସମୟରେ ସେମାନେ ଆହୁରି ଅଧିକ ମନ୍ଦ ବିଷୟ କରିବେ”।
# ସତେଜ ବୃକ୍ଷ
ସତେଜ ବୃକ୍ଷ, ବର୍ତ୍ତମାନର କିଛି ଉତ୍ତମ ବିଷୟ ନିମନ୍ତେ, ଏକ ଉଦାହରଣ ଅଟେ। ଯଦି ଆପଣଙ୍କ ଭାଷାରେ ଏହି ସମାନ୍ତର ଉଦାହରଣ ଅଛି, ଆପଣମାନେ ଏଠାରେ ବ୍ୟବହାର କରିପାରିବେ। (ଦେଖନ୍ତୁ: ଉଦାହରଣ)
# ଶୁଷ୍କ
ଶୁଷ୍କ କାଷ୍ଠ, ଭବିଷ୍ୟତର କିଛି ମନ୍ଦ ବିଷୟ ନିମନ୍ତେ, ଏକ ଉଦାହରଣ ଅଟେ।
# ସେମାନେ
ଏହା ହୋଇପାରେ ରୋମୀୟମାନଙ୍କୁ କିମ୍ବା ଯିହୁଦୀ ନେତାମାନଙ୍କୁ ଦର୍ଶାଏ କିମ୍ବା କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ନୁହେଁ।