2.0 KiB
2.0 KiB
ମୁଁ ପୂର୍ବ ପୁସ୍ତକଟି ଲେଖିଅଛି
ପୂର୍ବ ପୁସ୍ତକଟି ଲୂକଲିଖିତ ସୁସମାଚାର ଅଟେ|
ହେ ଥିୟଫିଲ
ଲୂକ ଏହି ପୁସ୍ତକଟି ଥିୟଫିଲ ନାମକ ବ୍ୟକ୍ତିଙ୍କୁ ଲେଖୁଛନ୍ତି| ଏହି ଶବ୍ଦ “ହେ” ବ୍ୟବହାର କରାଯାଉଛି, କାରଣ ଲୂକ ତାହାଙ୍କୁ ସମ୍ବୋଧନ କରୁଛନ୍ତି|କେତେକ ଅନୁବାଦରେ ସେମାନଙ୍କ ଆପଣା ସଂସ୍କୃତି ଅନୁସାରେ ଏକ ପତ୍ରରେ ସମ୍ବୋଧନ କରି ବାକ୍ୟର ଆରମ୍ଭରେ ଲେଖନ୍ତି “ପ୍ରିୟ ଥିୟଫିଲ”| ଥିୟଫିଲ ଅର୍ଥ “ଈଶ୍ୱରଙ୍କ ବନ୍ଧୁ|” (ଦେଖନ୍ତୁ: କିପରି ନାମଗୁଡ଼ିକ ଅନୁବାଦ କରାଯାଏ)
ସେ ଊର୍ଦ୍ଧ୍ୱରେ ଗୃହିତ ହେବା ଦିନ ପର୍ଯ୍ୟନ୍ତ
ଯୀଶୁ ସ୍ୱର୍ଗ ମଧ୍ୟକୁ ଆରୋହଣ କରିବାକୁ ଦର୍ଶାଏ|
ପବିତ୍ରଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ
ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିର୍ଦ୍ଧିଷ୍ଟ ବିଷୟରେ ନିର୍ଦ୍ଦେଶ ଦେବା ନିମନ୍ତେ ପବିତ୍ରଆତ୍ମା ତାହାଙ୍କୁ ଚାଳନା ଦେଲେ|
ଆପଣା ଦୁଃଖଭୋଗ ଉତ୍ତାରେ
ଏହା ଯୀଶୁଙ୍କ ଦୁଃଖଭୋଗ ଓ କୃଶ ଉପରେ ମୃତ୍ୟୁକୁ ଦର୍ଶାଏ|
ଅନେକଙ୍କୁ ଦର୍ଶନ ଦେଇ
ଯୀଶୁ ଆପଣା ପ୍ରଥମ ୧୨ ଜଣ ଶିଷ୍ୟମାନଙ୍କ ବ୍ୟତିତ ଅନେକଙ୍କୁ ଦର୍ଶନ ଦେଲେ|