Door43-Catalog_or_tn/LUK/12/22.md

1.7 KiB

ଏଥିନିମନ୍ତେ ମୁ ତୁମ୍ଭମାନଙ୍କୁ କହୁଅଛି

“ତେଣୁ” କିମ୍ବା “ସେ କାରଣରୁ” କିମ୍ବା “ଏହି କାହାଣୀ ଯାହା ଶିକ୍ଷା ଦିଏ ସେହି କାରଣରୁ”

ମୁ ତୁମ୍ଭମାନଙ୍କୁ କହୁଅଛି

“କିଛି ମହତ୍ୱପୂର୍ଣ୍ଣ ବିଷୟ ମୁଁ ତୁମ୍ଭମାନଙ୍କୁ କହିବାକୁ ଇଚ୍ଛା କରୁଅଛି” କିମ୍ବା “ତୁମ୍ଭେ ଏହାକୁ ଶୁଣିବା ନିମନ୍ତେ ଯତ୍ନବାନ ହେବା ଅବଶ୍ୟକ”

ତୁମ୍ଭମାନଙ୍କ ଜୀବନ ବିଷୟରେ—ତୁମ୍ଭେମାନେ କଅଣ ଖାଇବ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କ ଜୀବନ ବିଷୟରେ ଓ ତୁମ୍ଭେମାନେ କଅଣ ଖାଇବ” କିମ୍ବା “ବଞ୍ଚିବା ନିମନ୍ତେ ଯଥେଷ୍ଟ ଖାଦ୍ୟ ରହିବା ବିଷୟରେ”।

ତୁମ୍ଭମାନଙ୍କ ଶରୀର ନିମନ୍ତେ—ତୁମ୍ଭେମାନେ କଅଣ ପିନ୍ଧିବ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କ ଶରୀର ନିମନ୍ତେ ଓ ତୁମ୍ଭେମାନେ କଅଣ ପିନ୍ଧିବ” କିମ୍ବା “ତୁମ୍ଭମାନଙ୍କ ଶରୀରରେ ପିନ୍ଧିବା ନିମନ୍ତେ ଯଥେଷ୍ଟ ବସ୍ତ୍ର ରହିବା ନିମନ୍ତେ”।