3.4 KiB
ହେ ବତ୍ସଗଣ
ଦେଖନ୍ତୁ ୨:୧ ରେ ଏହା କିପରି ତୁମ୍ଭେମାନେ ଅନୁବାଦ କଲ|
ଶେଷକାଳ ଉପସ୍ଥିତ
ଏହି ବାକ୍ୟାଂଶ “ଶେଷକାଳ”ଯୀଶୁ ଏହି ଜଗତକୁ ଫେରିବେ ଓ ସମସ୍ତ ଲୋକଙ୍କ ବିଚାର କରିବାର ଠିକ୍ ପୂର୍ବର ସମୟକୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ଯୀଶୁ ଶୀଘ୍ର ଫେରିବେ|” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ
ଏହା ଏହିପରି ଅନୁବାଦ କରାଯାଇପାରେ “ଏବଂ ଏହି କାରଣରୁ ଆମ୍ଭେମାନେ ଜାଣୁ” କିମ୍ବା “ଏବଂ ଅନେକ ଖ୍ରୀଷ୍ଟାରି ଆସୁଅଛନ୍ତି, ସେହି କାରଣରୁ ଆମ୍ଭେମାନେ ଜାଣୁ| ”
ଅନେକ ଖ୍ରୀଷ୍ଟାରି ଉଠିଲେଣି
ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟ ବିରୋଧି ଅଟନ୍ତି|”
ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ
“ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କଲେ”
କିନ୍ତୁ ସେମାନେ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ
“କିନ୍ତୁ କୌଣସି ପ୍ରକାରେ ସେମାନେ ପ୍ରକୃତରେ ଆମ୍ଭମାନଙ୍କ ମଧ୍ୟରୁ ନୁହନ୍ତି” କିମ୍ବା “ପ୍ରଥମେ ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର ଅଂଶ ନୁହନ୍ତି|” ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର ଅଂଶ ନୁହନ୍ତି କାରଣ ସେମାନେ ଯୀଶୁଙ୍କ ଠାରେ ବିଶ୍ୱାସୀ ନୁହନ୍ତି|
କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ
ଏହା ଏହିପରି ଅନୁବାଦ କରାଯାଇପାରେ “କାରଣ, ଯଦି ସେମାନେ ପ୍ରକୃତରେ ବିଶ୍ୱାସୀ ଥିଲେ, ତେବେ ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କରି ନ ଥାଆନ୍ତେ|”
ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ
ଏହା ପ୍ରତ୍ୟକ୍ଷ ବାକ୍ୟାଂଶରେ ଏହିପରି ଅନୁବାଦ କରାଯାଇପାରେ: “ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କଲେ, ଯଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ ଦେଖାନ୍ତି ଯେ ସେମାନେ କେବେମଧ୍ୟ ପ୍ରକୃତରେ ବିଶ୍ୱାସୀ ନ ଥିଲେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)