34 KiB
34 KiB
1 | Book | Chapter | Verse | ID | SupportReference | OrigQuote | Occurrence | GLQuote | OccurrenceNote |

2 | PHM | front | intro | sz2w | 0 | # ଫିଲୀମୋନ ପୁସ୍ତକର ପରିଚୟ

## ଭାଗ ୧: ସାଧାରଣ ପରିଚୟ

### ଫିଲୀମୋନ ପୁସ୍ତକର ରୂପରେଖା

୧. ପାଉଲ ଫିଲୀମୋନଙ୍କୁ ନମସ୍କାର ଜଣାଉଛନ୍ତି (୧:୧-୩)
୧. ପାଉଲ ଅନୀସିମଙ୍କ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରୁଛନ୍ତି (୧:୪-୨୧)
୧. ଶେଷ କଥା (୧:୨୨-୨୫)

### ଫିଲୀମୋନ ପୁସ୍ତକକୁ କିଏ ଲେଖିଥିଲେ ?

ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ସେ ତାହାଙ୍କ ବାଲ୍ୟ ଜୀବନରେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟ ସାରା ଯାତ୍ରା କରିଥିଲେ I

ଏହି ପତ୍ର ଲେଖିବା ସମୟରେ ପାଉଲ ବନ୍ଦୀଶାଳାରେ ଥିଲେ I

### ଫିଲୀମୋନ ପୁସ୍ତକରେ କେଉଁ ବିଷୟ ଲେଖାଅଛି ?

ପାଉଲ ଫିଲୀମୋନ ନାମକ ଜଣେ ବ୍ୟକ୍ତିକୁ ଏହି ପତ୍ର ଲେଖିଥିଲେ I ଫିଲୀମୋନ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ଓ ସେ କଲସୀ ନଗରରେ ବାସ କରୁଥିଲେ I ତାହାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ I ଅନୀସିମ ଫିଲୀମୋନଙ୍କଠାରୁ ଲୁଚି ପଳାଇ ଯାଇଥିଲା ଓ ସମ୍ଭବତଃ ତାହାଙ୍କଠାରୁ କିଛି ଜିନିଷ ମଧ୍ୟ ଚୋରାଇ ନେଇଥିଲା I ଅନୀସିମ ରୋମକୁ ଚାଲିଯାଇ ବନ୍ଦୀଶାଳାରେ ପାଉଲଙ୍କୁ ସାକ୍ଷାତ କରିଥିଲା I

ପାଉଲ ଫିଲୀମୋନଙ୍କୁ କହୁଛନ୍ତି ଯେ ସେ ଅନୀସିମଙ୍କୁ ତାହାଙ୍କ ନିକଟକୁ ଫେରି ପଠାଉଛନ୍ତି I ରୋମୀୟ ବ୍ୟବସ୍ଥା ଅନୁସାରେ ଅନୀସିମଙ୍କୁ ହତ୍ୟା କରିବା ଫିଲୀମୋନଙ୍କର ଅଧିକାର ଥିଲା I କିନ୍ତୁ ପାଉଲ କହିଲେ ଯେ ଫିଲୀମୋନ ଅନୀସିମଙ୍କୁ ଜଣେ ଖ୍ରୀଷ୍ଟିୟ ଭାଇଭାବରେ ଫେରି ଗ୍ରହଣ କରିବା ଉଚିତ I ଏପରିକି ସେ ପରାମର୍ଶ ମଧ୍ୟ ଦେଲେ ଯେ ଅନୀସିମ ଫେରି ପାଉଲଙ୍କ ନିକଟକୁ ଆସି ବନ୍ଦୀଶାଳାରେ ତାହାଙ୍କର ସାହାଯ୍ୟ କରିବେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ?

ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଫିଲୀମୋନ” ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ସ୍ପଷ୍ଟ ଶୀର୍ଷକ ଯେପରିକି “ଫିଲୀମୋନ ନିକଟକୁ ପାଉଲଙ୍କର ପତ୍ର” ଅବା “ଫିଲୀମୋନ ନିକଟକୁ ପାଉଲ ଲେଖିଥିବା ପତ୍ର” ମନୋନିତ କରିଥାଇ ପାରନ୍ତି I (ଦେଖ: [[rc://or/ta/man/translate/translate-names]])

## ଭାଗ ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ଧାରଣା

### ଏହି ପତ୍ର ଦାସତ୍ବ ପ୍ରଥାକୁ ସମର୍ଥନ କରୁଛି କି ?

ପାଉଲ ଅନୀସିମଙ୍କୁ ତାଙ୍କର ପୂର୍ବ କର୍ତ୍ତାଙ୍କ ନିକଟକୁ ଫେରି ପଠାଇ ଦେଉଛନ୍ତି I କିନ୍ତୁ ତାହାର ଅର୍ଥ ନୁହେଁ ଯେ ପାଉଲ ଦାସତ୍ବ ପ୍ରଥା ଏକ ଗ୍ରହଣୀୟ ବିଷୟ ମନେ କରୁଛନ୍ତି I ତା’ ପରିବର୍ତ୍ତେ ପାଉଲ ଅଧିକ ଚିନ୍ତିତ ଯେ ଲୋକମାନେ ଯେକୌଣସି ପରିସ୍ଥିତିରେ ଥିଲେ ବି ସେମାନେ କିପରି ଈଶ୍ବରଙ୍କର ସେବା କରୁଛନ୍ତି I

### ପାଉଲ “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭାବଗୁଡିକୁ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି ?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କ ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ଏହି ଧାରଣାକୁ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଏହି ପ୍ରକାର ଭାବର ସବିଶେଷ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟକୁ ଦେଖ I

## ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

### ଏକବଚନ ଓ ବହୁବଚନ “ତୁମ୍ଭେମାନେ”

ଏହି ପୁସ୍ତକରେ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ଏକବଚନ ଓ ତାହା ଫିଲୀମୋନଙ୍କୁ ବୁଝାଏ I ଦୁଇଟି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଉଛି ୧:୨୨ ଓ ୧:୨୫ I ସେଠାରେ “ତୁମ୍ଭେମାନେ” ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-exclusive]] ଓ [[rc://or/ta/man/translate/figs-you]]) | |||
3 | PHM | 1 | 1 | sg4f | figs-you | 0 | General Information: | ପାଉଲ ଏହି ପତ୍ରର ଲେଖକଭାବରେ ଆପଣାକୁ ତିନିଥର ପରିଚୟ ଦିଅନ୍ତି I ଏହା ସ୍ପଷ୍ଟରୁପେ ଜଣାପଡେ ଯେ ତୀମଥି ତାହାଙ୍କ ସହିତ ଥିଲେ ଓ ସମ୍ଭବତଃ ସେ ପାଉଲ କହୁଥିବା ପ୍ରକାରେ ପତ୍ର ଲେଖିଥିଲେ I ପାଉଲ ଅନ୍ୟମାନଙ୍କୁ ନମସ୍କାର ଜଣାଉଛନ୍ତି, ଯେଉଁମାନେ ଫିଲୀମୋନଙ୍କ ଗୃହରେ ମଣ୍ଡଳୀଭାବରେ ଏକତ୍ର ହେଉଥିଲେ I “ମୁଁ,” “ମୋତେ” ଓ “ମୋହର” ଉଲ୍ଲେଖଥିବା ସମସ୍ତ ବ୍ୟବହୃତ ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I ଫିଲୀମୋନ ମୁଖ୍ୟ ବ୍ୟକ୍ତି ଥିଲେ ଯାହାଙ୍କ ନିକଟକୁ ଏହି ପତ୍ର ଲେଖା ଯାଇଥିଲା I “ତୁମ୍ଭେ” ଓ “ତୁମ୍ଭର” ଉଲ୍ଲେଖ ଥିବା ସମସ୍ତ ଶବ୍ଦଗୁଡିକ ତାହାଙ୍କୁ ବୁଝାଏ ଓ ସୂଚାଇ ନଥିଲେ ତାହା କେବଳ ଏକବଚନ ଅଟେ I (ଦେଖ: [[rc://or/ta/man/translate/figs-you]]) | |
4 | PHM | 1 | 1 | niq3 | figs-exclusive | Παῦλος, δέσμιος Χριστοῦ Ἰησοῦ, καὶ Τιμόθεος, ὁ ἀδελφὸς; Φιλήμονι | 1 | Paul, a prisoner of Christ Jesus, and the brother Timothy to Philemon | ତୁମ ଭାଷାରେ ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ପରିଚୟ ଦେବା ନିମନ୍ତେ କୌଣସି ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ମୁଁ, ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ, ଓ ଆମ୍ଭମାନଙ୍କ ଭ୍ରାତା ତୀମଥି, ଫିଲୀମୋନ ନିକଟକୁ ଏହି ପତ୍ର ଲେଖୁଅଛୁ” (ଦେଖ: [[rc://or/ta/man/translate/figs-exclusive]]) |
5 | PHM | 1 | 1 | cgs4 | δέσμιος Χριστοῦ Ἰησοῦ | 1 | a prisoner of Christ Jesus | ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ଜଣେ ବନ୍ଦୀ I ପାଉଲଙ୍କର ପ୍ରଚାରକୁ ବିରୋଧ କରୁଥିବା ଲୋକମାନେ ତାହାଙ୍କୁ ବନ୍ଦୀଶାଳାରେ ରଖି ତାହାଙ୍କୁ ଦଣ୍ଡ ଦେଉଥିଲେ I | |
6 | PHM | 1 | 1 | sv3p | ὁ ἀδελφὸς | 1 | brother | ଏଠାରେ ଏହାର ଅର୍ଥ ଜଣେ ସହ ଖ୍ରୀଷ୍ଟିୟାନ I | |
7 | PHM | 1 | 1 | r3l9 | figs-exclusive | τῷ ἀγαπητῷ…ἡμῶν | 1 | our dear friend | ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]]) |
8 | PHM | 1 | 1 | ww3l | καὶ…συνεργῷ | 1 | and fellow worker | ଯେ କି, ଆମ୍ଭମାନଙ୍କ ସଦୃଶ ସୁସମାଚାର ପ୍ରଚାର କାର୍ଯ୍ୟ କରନ୍ତି | |
9 | PHM | 1 | 2 | e8su | figs-exclusive | τῇ ἀδελφῇ…τῷ συνστρατιώτῃ ἡμῶν | 1 | our sister ... our fellow soldier | ଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]]) |
10 | PHM | 1 | 2 | zh5c | translate-names | Ἀπφίᾳ, τῇ ἀδελφῇ | 1 | Apphia our sister | ଏଠାରେ “ଭଗ୍ନୀ”ର ଅର୍ଥ ସେ ଜଣେ ବିଶ୍ବାସୀ ଥିଲେ, ଜଣେ ଆତ୍ମୀୟ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ବିଶ୍ବାସୀ ଆପପୟା” କିମ୍ବା “ଆମ୍ଭମାନଙ୍କ ଆତ୍ମିକ ଭଉଣୀ ଆପ୍ପିୟା” (ଦେଖ: [[rc://or/ta/man/translate/translate-names]]) |
11 | PHM | 1 | 2 | sq44 | translate-names | Ἀρχίππῳ | 1 | Archippus | ଏହା ଫିଲୀମୋନଙ୍କ ସହିତ ମଣ୍ଡଳୀରେ ଜଣେ ବ୍ୟକ୍ତିର ନାମ ଅଟେ I (ଦେଖ: [[rc://or/ta/man/translate/translate-names]]) |
12 | PHM | 1 | 2 | mnn5 | figs-metaphor | τῷ συνστρατιώτῃ ἡμῶν | 1 | our fellow soldier | ପାଉଲ ଏଠାରେ ଆର୍ଖିପପଙ୍କ ବିଷୟରେ କହୁଛନ୍ତି ଯେପରି ସେମାନେ ଉଭୟେ ଗୋଟିଏ ସୈନ୍ୟବାହିନୀରେ ସୈନିକ ଅଟନ୍ତି I ସେ ଏହି ଅର୍ଥରେ କହୁଛନ୍ତି ଯେ, ଆର୍ଖିପପ କଠିନ ପରିଶ୍ରମ କରନ୍ତୁ, ଯେପରି ପାଉଲଙ୍କ କଠିନ ପରିଶ୍ରମ କରୁଛନ୍ତି, ତେଣୁ ସୁସମାଚାର ପ୍ରସାରିତ ହୋଇ ପାରୁଛି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ଆତ୍ମିକ ଯୋଦ୍ଧା’ କିମ୍ବା “ଯେଉଁମାନେ ମଧ୍ୟ ଆମ୍ଭମାନଙ୍କ ସହ ଆତ୍ମିକ ଯୁଦ୍ଧରେ ଯୁଦ୍ଧ କରନ୍ତି”(ଦେଖ: [[rc://or/ta/man/translate/figs-metaphor]]) |
13 | PHM | 1 | 3 | r4nq | χάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ | 1 | May grace be to you and peace from God our Father and the Lord Jesus Christ | ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ I ଏହା ଏକ ଆଶୀର୍ବାଦ ଅଟେ I | |
14 | PHM | 1 | 3 | e5z8 | figs-inclusive | Θεοῦ Πατρὸς ἡμῶν | 1 | God our Father | ଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକକୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]]) |
15 | PHM | 1 | 3 | lh8a | guidelines-sonofgodprinciples | Πατρὸς ἡμῶν | 1 | our Father | ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଂଜ୍ଞା ଅଟେ I (ଦେଖ: [[rc://or/ta/man/translate/guidelines-sonofgodprinciples]]) |
16 | PHM | 1 | 4 | kh5l | figs-inclusive | 0 | General Information: | “ଆମ୍ଭମାନଙ୍କୁ” ଶବ୍ଦ ବହୁବାଚକ ଅଟେ ଓ ତାହା ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକଙ୍କ ସହିତ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]]) | |
17 | PHM | 1 | 6 | t54l | ἡ κοινωνία τῆς πίστεώς σου | 1 | the fellowship of your faith | ଆମ୍ଭମାନଙ୍କ ସହିତ ଏକତ୍ରଭାବେ ତୁମ୍ଭର କର୍ମ | |
18 | PHM | 1 | 6 | pxw1 | ἐνεργὴς γένηται ἐν ἐπιγνώσει παντὸς ἀγαθοῦ | 1 | be effective for the knowledge of everything good | ଯାହା ଉତ୍ତମ, ତାହା ଜାଣିବାର ଫଳାଫଳ | |
19 | PHM | 1 | 6 | n25e | εἰς Χριστόν | 1 | in Christ | ଖ୍ରୀଷ୍ଟଙ୍କ ସକାଶୁ | |
20 | PHM | 1 | 7 | aq4g | figs-metonymy | τὰ σπλάγχνα τῶν ἁγίων ἀναπέπαυται διὰ σοῦ | 1 | the hearts of the saints have been refreshed by you | ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଆବେଗ ଓ ଆନ୍ତରିକ ପୁରୁଷକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ ବିଶ୍ବାସୀମାନଙ୍କୁ ସାହାଯ୍ୟ କରିଅଛ”(ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-activepassive]]) |
21 | PHM | 1 | 7 | m5ip | σοῦ, ἀδελφέ | 1 | you, brother | ତୁମ୍ଭେ, ହେ ପ୍ରିୟ ଭାଇ କିମ୍ବା “ତୁମ୍ଭେ, ହେ ପ୍ରିୟ ବନ୍ଧୁ I” ପାଉଲ ଫିଲୀମୋନଙ୍କୁ “ଭାଇ” ସମ୍ଭୋଧନ କରୁଛନ୍ତି, କାରଣ ସେମାନେ ଉଭୟେ ବିଶ୍ବାସୀ ଥିଲେ ଓ ସେ ସେମାନଙ୍କ ବନ୍ଧୁତ୍ବକୁ ଗୁରୁତ୍ବାରୋପ କରୁଛନ୍ତି I | |
22 | PHM | 1 | 8 | ayy1 | 0 | Connecting Statement: | ପାଉଲ ତାହାଙ୍କ ନିବେଦନ ଓ ତାହାଙ୍କ ପତ୍ରର କାରଣ ଦର୍ଶାଇବାକୁ ଆରମ୍ଭ କରୁଛନ୍ତି I | ||
23 | PHM | 1 | 8 | fd84 | πολλὴν ἐν Χριστῷ παρρησίαν | 1 | all the boldness in Christ | ସମ୍ଭାବିତ ଅର୍ଥଗୁଡିକ ୧) “ଖ୍ରୀଷ୍ଟଙ୍କ ସକାଶୁ ଥିବା ଅଧିକାର” କିମ୍ବା ୨) “ଖ୍ରୀଷ୍ଟଙ୍କ ସକାଶୁ ଥିବା ସାହସ I” ଅନ୍ୟ ଏକ ଅନୁବାଦରେ: “ମୋହର ସାହସ ଯେ ଖ୍ରୀଷ୍ଟ ମୋତେ ଅଧିକାର ଦେଇଛନ୍ତି” | |
24 | PHM | 1 | 9 | l9fh | διὰ τὴν ἀγάπην | 1 | yet because of love | ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ମୁଁ ଜାଣେ ଯେ ତୁମ୍ଭେ ଈଶ୍ବରଙ୍କ ଲୋକମାନଙ୍କୁ ପ୍ରେମ କରୁଅଛ” ୨) “କାରଣ ମୁ ଜାଣେ ଯେ ତୁମେ ମୋତେ ପ୍ରେମ କରୁଅଛ” କିଅବା ୩) “କାରଣ ମୁଁ ତୁମକୁ ପ୍ରେମ କରୁଅଛି” | |
25 | PHM | 1 | 10 | lsr6 | 0 | General Information: | ଅନୀସିମ ଜଣେ ବ୍ୟକ୍ତିର ନାମ ଅଟେ I ସେ ସ୍ପଷ୍ଟଭାବରେ ଫିଲୀମୋନଙ୍କ କ୍ରୀତଦାସ ଓ କିଛି ଚୋରି କରିନେଇ ପଳାଇ ଯାଇଛି I | ||
26 | PHM | 1 | 10 | m6fw | figs-metaphor | τοῦ ἐμοῦ τέκνου…Ὀνήσιμον | 1 | my child Onesimus | ମୋହର ବତ୍ସ ଅନୀସିମ I ପାଉଲ ଅନୀସିମଙ୍କ ସହିତ କିପରି ବନ୍ଧୁ ହେଲେ, ସେ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ପିତା ଓ ପୁତ୍ର ପରସ୍ପରକୁ ପ୍ରେମ କରୁଥିବା ସଦୃଶ ଥିଲା I ଅନୀସିମ ପାଉଲଙ୍କର ପ୍ରକୃତ ପୁତ୍ର ନ ଥିଲେ, କିନ୍ତୁ ଯେତେବେଳେ ପାଉଲ ତାହାଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଇ ତାହାଙ୍କୁ ପ୍ରେମ କଲେ, ସେ ଆତ୍ମିକ ଜୀବନ ପ୍ରାପ୍ତ ହେଲେ I ଅନ୍ୟ ଏକ ଅନୁବାଦ: “ମୋହର ଆତ୍ମିକ ପୁତ୍ର ଅନୀସିମ” (ଦେଖ: [[rc://or/ta/man/translate/figs-metaphor]]) |
27 | PHM | 1 | 10 | dj9h | translate-names | Ὀνήσιμον | 1 | Onesimus | “ଅନୀସିମ” ନାମର ଅର୍ଥ “ଲାଭଜନକ” କିମ୍ବା “ଉପକାରୀ I” (ଦେଖ: [[rc://or/ta/man/translate/translate-names]]) |
28 | PHM | 1 | 10 | mui3 | figs-metaphor | ὃν ἐγέννησα ἐν τοῖς δεσμοῖς | 1 | whom I have fathered in my chains | ଏଠାରେ “ମୋଠାରୁ ଜାତ” ଏକ ରୂପକ ଅଟେ, ଯାହାର ଅର୍ଥ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ଆତ୍ମିକ ପୁତ୍ର ହେଲେ ଯେତେବେଳେ ମୁଁ ବନ୍ଦୀଥିବା ଅବସ୍ଥାରେ ତାହାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ସେ ନୂତନ ଜୀବନ ପ୍ରାପ୍ତ ହେଲେ” କିମ୍ବା “ମୁଁ ବନ୍ଦୀଥିବା ଅବସ୍ଥାରେ ଯେ ମୋ ପ୍ରତି ମୋହର ଜଣେ ପୁତ୍ର ସଦୃଶ ହେଲେ” (ଦେଖ: [[rc://or/ta/man/translate/figs-metaphor]]) |
29 | PHM | 1 | 10 | nx1p | figs-metonymy | ἐν τοῖς δεσμοῖς | 1 | in my chains | ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବନ୍ଦୀଥିବା ସମୟରେ ... ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]]) |
30 | PHM | 1 | 12 | t1kp | ὃν ἀνέπεμψά σοι | 1 | I have sent him back to you | ପାଉଲ ସମ୍ଭବତଃ ଅନୀସିମଙ୍କ ସହିତ ଆଉ ଜଣେ ବିଶ୍ବାସୀଙ୍କୁ ପଠାଉଛନ୍ତି ଯେଉଁମାନେ ଏହି ପତ୍ର ନେଇ ଯାଉଛନ୍ତି I | |
31 | PHM | 1 | 12 | h9qv | figs-metonymy | τοῦτ’ ἔστιν τὰ ἐμὰ σπλάγχνα | 1 | who is my very heart | ଏଠାରେ “ହୃଦୟ” ଏକ ରୂପକ ଅଟେ, ଯାହା ଜଣେ ବ୍ୟକ୍ତିର ଆବେଗକୁ ବୁଝାଏ I “ସେ ତ ମୋହର ହୃଦୟ ସ୍ବରୂପ” ବାକ୍ୟାଂଶଟି ଜଣକ ପ୍ରତି ପ୍ରେମ ପ୍ରକାଶନର ଏକ ରୂପକ ଅଟେ I ପାଉଲ ଏହା ଅନୀସିମଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ମୁଁ ଅତି ପ୍ରିୟଭାବେ ପ୍ରେମ କରେ”(ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-metaphor]]) |
32 | PHM | 1 | 13 | t4xl | ἵνα ὑπὲρ σοῦ μοι διακονῇ | 1 | so he could serve me for you | ତେଣୁ, ଯେହେତୁ ତୁମ୍ଭେ ଏଠାକୁ ଆସିପାରିବ ନାହିଁ, ସେ ମୋହର ସାହାଯ୍ୟ କରିପାରିବ” କିମ୍ବା “ଯେପରି ସେ ତୁମ୍ଭ ବଦଳରେ ମୋତେ ସାହାଯ୍ୟ କରିପାରିବ” | |
33 | PHM | 1 | 13 | bb3t | figs-metonymy | ἐν τοῖς δεσμοῖς | 1 | while I am in chains | ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ଥିବା ସମୟରେ ସେ ଏହି ପତ୍ର ଲେଖୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]]) |
34 | PHM | 1 | 13 | iwa8 | figs-explicit | τοῦ εὐαγγελίου | 1 | for the sake of the gospel | ପାଉଲ ବନ୍ଦୀ ହୋଇଥିଲେ, କାରଣ ସେ ମୁକ୍ତଭାବରେ ସୁସମାଚାର ପ୍ରଚାର କରୁଥିଲେ I ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ମୁଁ ସୁସମାଚାର ପ୍ରଚାର କରୁଅଛି” (ଦେଖ: [[rc://or/ta/man/translate/figs-explicit]]) |
35 | PHM | 1 | 14 | g9wp | figs-doublenegatives | χωρὶς δὲ τῆς σῆς γνώμης, οὐδὲν ἠθέλησα ποιῆσαι | 1 | But I did not want to do anything without your consent | ପାଉଲ ବିପରୀତ ବିଷୟକୁ ବୁଝାଇବା ଅର୍ଥରେ ଏକ ଯୁଗ୍ମ ନକାରାତ୍ମକ ବିଷୟ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ସ୍ବୀକୃତି ଦେଲେ ଯାଇ ମୁଁ ତାହାଙ୍କୁ ମୋ ପାଖରେ ରଖିବାକୁ ଚାହିଁବି” (ଦେଖ: [[rc://or/ta/man/translate/figs-doublenegatives]]) |
36 | PHM | 1 | 14 | jxi7 | ἵνα μὴ ὡς κατὰ ἀνάγκην τὸ ἀγαθόν σου ᾖ, ἀλλὰ κατὰ ἑκούσιον | 1 | I did not want your good deed to be from necessity but from good will | ମୁଁ ତୁମ୍ଭକୁ ଆଜ୍ଞା ଦେଉଅଛି ବୋଲି ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କରିବା ମୁଁ ଚାହୁଁନାହିଁ, କିନ୍ତୁ ତୁମ୍ଭେ ଚାହୁଁଛ ବୋଲି ତାହା କର | |
37 | PHM | 1 | 14 | ngg8 | ἀλλὰ κατὰ ἑκούσιον | 1 | but from good will | କାରଣ ତୁମ୍ଭେ ସ୍ବଚ୍ଛନ୍ଦ ମନରେ ଉପଯୁକ୍ତ କାର୍ଯ୍ୟ କରିବାକୁ ମନୋନୀତ କଲ | |
38 | PHM | 1 | 15 | q1dr | figs-activepassive | τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα | 1 | Perhaps for this he was separated from you for a time, so that | ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବୋଧ ହୁଏ, ସେହି କାରଣ ନିମନ୍ତେ କିଛି ସମୟ ପାଇଁ ଈଶ୍ବର ଅନୀସିମଙ୍କୁ ତୁମ୍ଭଠାରୁ ପୃଥକ୍ କଲେ, ଯେପରି” (ଦେଖ: [[rc://or/ta/man/translate/figs-activepassive]]) |
39 | PHM | 1 | 15 | fp5v | πρὸς ὥραν | 1 | for a time | ଏହି ସମୟରେ | |
40 | PHM | 1 | 16 | l3e4 | ὑπὲρ δοῦλον | 1 | better than a slave | ଜଣେ କ୍ରୀତଦାସଠାରୁ ଅଧିକ ବହୁମୂଲ୍ୟ | |
41 | PHM | 1 | 16 | f8tz | ἀδελφὸν ἀγαπητόν | 1 | a beloved brother | ଜଣେ ପ୍ରିୟ ଭ୍ରାତା କିମ୍ବା “ଖ୍ରୀଷ୍ଟରେ ଜଣେ ବହୁମୂଲ୍ୟ ଭ୍ରାତା” | |
42 | PHM | 1 | 16 | f38v | πόσῳ δὲ μᾶλλον σοὶ | 1 | much more so to you | ସେ ତୁମ୍ଭ ପ୍ରତି ଆହୁରି ଉପକାରୀ | |
43 | PHM | 1 | 16 | yub9 | figs-metaphor | καὶ ἐν σαρκὶ | 1 | in both the flesh | ଉଭୟ ଜଣେ ବ୍ୟକ୍ତି ଭାବରେ I ପାଉଲ ଅନୀସିମଙ୍କୁ ଜଣେ ବିଶ୍ବସ୍ତ ସେବକ ଭାବରେ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]]) |
44 | PHM | 1 | 16 | scj1 | ἐν Κυρίῳ | 1 | in the Lord | ପ୍ରଭୁଙ୍କଠାରେ ଜଣେ ଭ୍ରାତା ଭାବରେ କିମ୍ବା “ଯେହେତୁ ସେ ପ୍ରଭୁଙ୍କର ଅଟେ” | |
45 | PHM | 1 | 17 | e1j2 | εἰ…με ἔχεις κοινωνόν | 1 | if you have me as a partner | ଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କର ଜଣେ ସହକର୍ମୀ ବୋଲି ମନେ କର | |
46 | PHM | 1 | 18 | u5m1 | τοῦτο ἐμοὶ ἐλλόγα | 1 | charge that to me | କହିବାକୁ ଚାହୁଁଛି ଯେ ମୁଁ ହିଁ ତୁମ୍ଭଠାରେ ୠଣୀ ଅଟେ | |
47 | PHM | 1 | 19 | wb53 | ἐγὼ Παῦλος ἔγραψα τῇ ἐμῇ χειρί | 1 | I, Paul, write this with my own hand | ମୁଁ, ପାଉଲ, ନିଜେ ଏହା ଲେଖୁଅଛି I ପାଉଲ ଏହି ଅଂଶକୁ ନିଜ ହାତରେ ଲେଖିଥିଲେ, ଯେପରି ଫିଲୀମୋନ ଜାଣିବେ ଯେ ସେହି ସବୁ ବାକ୍ୟଗୁଡିକ ପ୍ରକୃତରେ ପାଉଲଙ୍କଠାରୁ ଅଟନ୍ତି I ପାଉଲ ପ୍ରକୃତରେ ତାହାଙ୍କୁ ପରିଶୋଧ କରିବେ I | |
48 | PHM | 1 | 19 | gn6c | figs-irony | ἵνα μὴ λέγω σοι | 1 | not to mention | ମୁଁ ତୁମ୍ଭକୁ ସ୍ମରଣ କରାଇବା ଆବଶ୍ୟକ ନାହିଁ କିମ୍ବା “ତୁମ୍ଭେ ଜାଣି ସାରିଅଛ I” ପାଉଲ କହୁଛନ୍ତି ଯେ ସେ ଏହା ଫିଲୀମୋନଙ୍କୁ କହିବା ଆବଶ୍ୟକ ନାହିଁ, କିନ୍ତୁ ଯେକୌଣସି ପ୍ରକାରେ ତାହାଙ୍କୁ କହିବା ଜାରି ରଖିଛନ୍ତି I ଏହା ପାଉଲ ତାହାଙ୍କୁ କହୁଥିବା ସତ୍ୟତାକୁ ଗୁରୁତ୍ବାରୋପ କରେ I (ଦେଖ: [[rc://or/ta/man/translate/figs-irony]]) |
49 | PHM | 1 | 19 | st7e | figs-explicit | σεαυτόν μοι προσοφείλεις | 1 | you owe me your own self | ତୁମ୍ଭେ ନିଜେ ମୋ ନିକଟରେ ଚିରୠଣୀ ଅଟ I ପାଉଲ ସୂଚାଇ ଦେଉଛନ୍ତି ଯେ ଫିଲୀମୋନ ଏହା କହିବା ଉଚିତ ନୁହଁ ଯେ ଅନୀସିମ କିମ୍ବା ପାଉଲ ତାହାଙ୍କ ନିକଟରେ କୌଣସି ବିଷୟ ନିମନ୍ତେ ୠଣୀ ଥିଲେ, କାରଣ ଫିଲୀମୋନ ପାଉଲଙ୍କ ନିକଟରେ ଆହୁରି ଅଧିକ ୠଣୀ ଥିଲେ I ଫିଲୀମୋନ ପାଉଲଙ୍କ ନିକଟରେ ୠଣୀ ଥିବା ବିଷୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋ ନିକଟରେ ଅଧିକ ୠଣୀ, କାରଣ ମୁଁ ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” କିମ୍ବା “ତୁମ୍ଭେ ମୋ ନିକଟରେ ତୁମ୍ଭ ଜୀବନର ୠଣୀ ଅଟ, କାରଣ ମୁଁ ତୁମ୍ଭକୁ ଯାହା କହିଲି, ତାହା ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” (ଦେଖ: [[rc://or/ta/man/translate/figs-explicit]]) |
50 | PHM | 1 | 20 | j8lh | figs-metaphor | ἀνάπαυσόν μου τὰ σπλάγχνα ἐν Χριστῷ | 1 | refresh my heart in Christ | ଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଏକ ରୂପକ ଅଟେ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଆନୁବାଦରେ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ”(ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-explicit]]) |
51 | PHM | 1 | 21 | am1e | figs-you | 0 | General Information: | ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଅଟନ୍ତି ଓ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-you]]) | |
52 | PHM | 1 | 21 | xpn6 | 0 | Connecting Statement: | ପାଉଲ ଆପଣା ପତ୍ରକୁ ସମାପ୍ତ କରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I | ||
53 | PHM | 1 | 21 | g6fx | πεποιθὼς τῇ ὑπακοῇ σου | 1 | Confident about your obedience | କାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ | |
54 | PHM | 1 | 22 | bx62 | ἅμα | 1 | At the same time | ଆହୁରି ମଧ୍ୟ | |
55 | PHM | 1 | 22 | akw1 | καὶ ἑτοίμαζέ μοι ξενίαν | 1 | prepare a guest room for me | ତୁମ୍ଭ ଗୃହରେ ମୋ ନିମନ୍ତେ ଏକ କୋଠରୀ ପ୍ରସ୍ତୁତ ରଖ I ପାଉଲ ଫିଲୀମୋନଙ୍କୁ ତାହାଙ୍କ ନିମନ୍ତେ ଏହା କରିବାକୁ ବିନତି କରୁଛନ୍ତି I | |
56 | PHM | 1 | 22 | ctr4 | χαρισθήσομαι ὑμῖν | 1 | I will be given back to you | ଯେଉଁମାନେ ମୋତେ ବନ୍ଦୀରେ ରଖିଛନ୍ତି, ସେମାନେ ମୋତେ ମୁକ୍ତ କରିବେ, ଯେପରି ମୁଁ ତୁମ୍ଭ ପାଖକୁ ଯାଇ ପାରିବି I | |
57 | PHM | 1 | 23 | x2d8 | translate-names | Ἐπαφρᾶς | 1 | Epaphras | ଏ ଜଣେ ସହ-ବିଶ୍ବାସୀ ଓ ପାଉଲଙ୍କ ସହ ଜଣେ ବନ୍ଦୀ ଅଟନ୍ତି I (ଦେଖ: [[rc://or/ta/man/translate/translate-names]]) |
58 | PHM | 1 | 23 | khx1 | ὁ συναιχμάλωτός μου ἐν Χριστῷ Ἰησοῦ | 1 | my fellow prisoner in Christ Jesus | ଯେ ମୋ ସହିତ ବନ୍ଦୀ ହୋଇ ରହିଛନ୍ତି, କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କ ସେବା କରନ୍ତି | |
59 | PHM | 1 | 24 | si6p | Μᾶρκος, Ἀρίσταρχος, Δημᾶς, Λουκᾶς, οἱ συνεργοί μου | 1 | So do Mark, Aristarchus, Demas, and Luke, my fellow workers | ମୋହର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି | |
60 | PHM | 1 | 24 | i5gc | translate-names | Μᾶρκος, Ἀρίσταρχος, Δημᾶς, Λουκᾶς | 1 | Mark ... Aristarchus ... Demas ... Luke | ଏସବୁ ପୁରୁଷ ବ୍ୟକ୍ତିମାନଙ୍କ ନାମ I (ଦେଖ: [[rc://or/ta/man/translate/translate-names]]) |
61 | PHM | 1 | 24 | gf6e | οἱ συνεργοί μου | 1 | my fellow workers | ଯେଉଁ ଲୋକମାନେ ମୋ ସହିତ କାର୍ଯ୍ୟ କରୁଛନ୍ତି କିମ୍ବା “ଯେଉଁ ସମସ୍ତେ ମୋ ସହିତ କାର୍ଯ୍ୟ କରୁଛନ୍ତି I” | |
62 | PHM | 1 | 25 | gq7p | figs-you | ἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν | 1 | May the grace of our Lord Jesus Christ be with your spirit | ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ସମସ୍ତଙ୍କୁ ବୁଝାଏ I “ତୁମ୍ଭମାନଙ୍କ ଆତ୍ମା” ଶବ୍ଦଗୁଡିକ ଏକ ରୂପକ ଅଟେ ଓ ତାହା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟା କରନ୍ତୁ” (ଦେଖ: [[rc://or/ta/man/translate/figs-you]] ଓ [[rc://or/ta/man/translate/figs-synecdoche]]) |