# କିନ୍ତୁ ସେମାନେ ନୀରବ ରହିଲେ ଏହି ଧର୍ମ ନେତାମାନେ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଅସମ୍ମତ ହେଲେ। # ଯୀଶୁ ସେହି ଲୋକ ଉପରେ ଆପଣା ହସ୍ତ ଥୋଇଲେ “ଯୀଶୁ ସେହି ଲୋକକୁ ସ୍ପର୍ଶ କଲେ” # ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ … ତାହାକୁ ତତ୍‌କ୍ଷଣାତ୍ ଉଠାଇବ ନାହିଁ ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ସେ ଇଚ୍ଛା କରୁଥିଲେ, ସେମାନେ ସ୍ୱୀକାର କରନ୍ତୁ ଯେ ସେମାନେ ଆପଣା ପୁଅ ବା ବଳଦକୁ ବିଶ୍ରାମବାରରେ ମଧ୍ୟ ସାହାଯ୍ୟ କରନ୍ତି, ତେଣୁ ଯାହାଫଳରେ ଲୋକମାନଙ୍କୁ ବିଶ୍ରାମବାରରେ ମଧ୍ୟ ସୁସ୍ଥ କରିବା ତାହାଙ୍କ ନିମନ୍ତେ ଯଥାର୍ଥ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ଯଦି ତୁମ୍ଭମାନଙ୍କ ମଧ୍ୟରୁ କାହାରି ପୁଅ ବା ବଳଦ ବିଶ୍ରାମବାରରେ କୁଅରେ ପଡେ, ନିଶ୍ଚିତ ଭାବରେ ତୁମ୍ଭେମାନେ ତାହାକୁ ତତ୍‌କ୍ଷଣାତ୍ ଉଠାଇବ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)। # କୌଣସି ଉତ୍ତର ଦେଇ ପାରିଲେ ନାହିଁ ଏହା ଏହିପରି ଅନୁବାଦ କରାଯାଇପାରେ “କହିବାକୁ ସେମାନଙ୍କ ପାଖରେ କିଛି ନ ଥିଲା”। ଏହା ନୁହେଁ ଯେ ଯୀଶୁଙ୍କ ପ୍ରଶ୍ନର ଉତ୍ତର ସେମାନେ ଜାଣି ନ ଥିଲେ। ବରଂ ସେମାନେ ଜାଣିଥିଲେ ଯେ ସେ ଯଥାର୍ଥ ଥିଲେ ଏବଂ ସେହି ବିଷୟରେ ସେମାନେ କିଛି କହିବାକୁ ଇଚ୍ଛା କରୁ ନ ଥିଲେ।