# (ଯୀଶୁ ସେହି ସ୍ତ୍ରୀ ସହିତ କଥା ହେବା ଜାରି ରଖନ୍ତି ଯେତେବେଳେ ସେ ଯାଈରସର କନ୍ୟାକୁ ସୁସ୍ଥ କରିବା ନିମନ୍ତେ ଯାଉଥିବା ରାସ୍ତାରେ ଥିଲେ।) # ଯାହା ସେ କଲା ତାହା ନିମନ୍ତେ ସେ ଲୁଚି ରହି ପାରିଲା ନାହିଁ “ସେ ଏହାକୁ ଆଉ ଗୁପ୍ତରେ ରଖିପାରିଲା ନାହିଁ ଯେହେତୁ ସେ ସେହି ଜଣକ ଥିଲା ଯିଏ ଯୀଶୁଙ୍କୁ ଛୁଇଁଥିଲା” # ସାକ୍ଷାତରେ “ଦୃଷ୍ଟିଗୋଚରରେ” କିମ୍ବା “ଶୁଣିବାରେ” କିମ୍ବା “ସମ୍ମୁଖରେ” # ଯୀଶୁଙ୍କ ଚରଣ ତଳେ ପଡ଼ି ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ସେ ଯୀଶୁଙ୍କ ସମ୍ମୁଖରେ ନତମସ୍ତକ କଲା” କିମ୍ବା ୨) “ଯୀଶୁଙ୍କ ଚରଣ ତଳେ ଭୂମିରେ ସେ ଶୋଇଲା”। ସେ ଆକସ୍ମିକ ଭାବରେ ପଡ଼ିଲା ନାହିଁ। ସେ ଯୀଶୁଙ୍କ ପ୍ରତି ନମ୍ର ମନୋଭାବ ଓ ଆଦରର ମନୋଭାବର ଚିହ୍ନ ରୂପେ ଏହା କଲା। # ବତ୍ସେ ଏହା ଏକ ସ୍ତ୍ରୀ ସହିତ ଏକ ପ୍ରକାର ଦୟାର ଭାବ ଦେଖାଇବା ନିମନ୍ତେ ଥିଲା। ଆପଣଙ୍କ ଭାଷାରେ ଅନ୍ୟ ପ୍ରକାରେ ଏହି ଦୟାର ଭାବ ଦେଖାଇବା ନିମନ୍ତେ ଥାଇପାରେ। # ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି “ତୁମ୍ଭର ବିଶ୍ୱାସ ହେତୁ ତୁମ୍ଭେ ସୁସ୍ଥ ହୋଇଅଛ।” ଏହି “ବିଶ୍ୱାସ” ର କଳ୍ପନା କ୍ରିୟାରେ ଏହିପରି ଅନୁବାଦ କରାଯାଇପାରେ: “କାରଣ ତୁମ୍ଭେ ବିଶ୍ୱାସ କରିଅଛ, ତୁମ୍ଭେ ସୁସ୍ଥ ହୋଇଅଛ।” # ଶାନ୍ତିରେ ଚାଲିଯା ଏହା ଏକପ୍ରକାର କହିବା “ବିଦାୟ” ଆଉ ସେହି ସମୟରେ ଆଶୀର୍ବାଦ ଦେବା। ଏହା ଏହିପରି ଅନୁବାଦ କରାଯାଇପାରେ “ଯେବେ ତୁମ୍ଭେ ଯାଅ, କୌଣସି ବିଷୟରେ ବ୍ୟତିବ୍ୟସ୍ତ ହୁଅ ନାହିଁ” କିମ୍ବା “ଯେବେ ତୁମ୍ଭେ ଯାଅ ଈଶ୍ୱର ତୁମ୍ଭକୁ ଶାନ୍ତି ଦିଅନ୍ତୁ” (ୟୁଡିବୀ)।