# ତାହାଙ୍କ ବିବାହ ପରେ “ସେ ତାହାଙ୍କୁ ବିବାହ କଲା ପରେ” # ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ସେ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ କିମ୍ବା ୨) ସେ ଏକ ବିଧବା ଥିଲେ ଆଉ ବର୍ତ୍ତମାନ ତାହାଙ୍କୁ ଚଉରାଅଶୀ ବର୍ଷ ହୋଇଥିଲା। # ମନ୍ଦିର ପରିତ୍ୟାଗ ନ କରି ଏହା ସମ୍ଭବତଃ ଏକ ଅତିରଞ୍ଜିତ ହୋଇଥିବା ଅର୍ଥ ଅଟେ ଯାହା ସେ ମନ୍ଦିରରେ ଅଧିକ ସମୟ ବିତାଉଥିଲେ ଯେପରି ଏହା ପ୍ରତୀୟମାନ ହୁଏ ଯେ ସେ ଏହା କେବେ ମଧ୍ୟ ପରିତ୍ୟାଗ କରି ନାହାନ୍ତି।ଏହା ଏହିପରି ଅନୁବାଦ କରାଯାଇପାରେ “ସର୍ବଦା ମନ୍ଦିରରେ ରହୁଥିଲେ” କିମ୍ବା ଅତ୍ୟୁକ୍ତି ବିନା ଏହାର ଅର୍ଥ ବ୍ୟକ୍ତ କରାଯାଇପାରେ: “ସମୟ ସମୟରେ ମନ୍ଦିରରେ ରହୁଥିଲେ।” (ଦେଖନ୍ତୁ: ଅତ୍ୟୁକ୍ତି) # ଉପବାସ ଓ ନିବେଦନ ସହ “ଖାଦ୍ୟରୁ ନିବୃତ ହେବା ଦ୍ୱାରା ଓ ପ୍ରାର୍ଥନା କରିବା ଦ୍ୱାରା” # ସେମାନଙ୍କ ନିକଟକୁ ଆସିଲେ “ସେମାନଙ୍କ ନିକଟବର୍ତ୍ତୀ ହେଲେ” କିମ୍ବା “ମରିୟମ ଓ ଯୋଷେଫଙ୍କ ନିକଟକୁ ଗଲେ” # ଯିରୂଶାଲମର ମୁକ୍ତି ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ଜଣ ଯିରୁଶାଲମକୁ ମୁକ୍ତ କରିବେ” କିମ୍ବା “ଯେଉଁ ବ୍ୟକ୍ତି ଯିରୁଶାଲମରେ ଈଶ୍ୱରଙ୍କ ଆଶୀର୍ବାଦ ଓ ଅନୁଗ୍ରହକୁ ଫେରାଇ ଆଣିବେ।” ଏଠାରେ ଏହି ଶବ୍ଦ “ମୁକ୍ତି” ଯେଉଁ ବ୍ୟକ୍ତି ଏହା କରିପାରିବେ ତାହାଙ୍କୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଛି। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)