Door43-Catalog_or_tn/ACT/07/54.md

21 lines
2.3 KiB
Markdown
Raw Normal View History

2018-01-11 01:51:28 +00:00
# ମର୍ମାହତ ହେଲେ
ଏହା ଏକ ରୂଢ଼୍ୟୋକ୍ତି ଅଟେ, “କ୍ରୋଧକୁ ନିଜ ବଶରେ କରିବା”| (ଦେଖନ୍ତୁ: ରୂଢ଼୍ୟୋକ୍ତି)
# ଏହି ସମସ୍ତ କଥା ଶୁଣି
ଏହା ପରିବର୍ତ୍ତନର ନିର୍ଣ୍ଣାୟକ ମୁହୂର୍ତ୍ତ ଅଟେ; ଉପଦେଶ ଶେଷ ଓ ମହାସଭାର ପ୍ରତିକ୍ରିୟା ଆରମ୍ଭ|
# ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ
ଏହା ଅଧିକ କ୍ରୋଧ ବା ଘୃଣା ଭାବଭଙ୍ଗୀର ଏକ ରୂଢ଼୍ୟୋକ୍ତି ଅଟେ| ଏହିପରି ଅନୁବାଦ କରାଯାଇପାରେ “ସେମାନେ ବହୁତ କ୍ରୋଧ ହୋଇ ଏକତ୍ର ଆପଣା ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ”| (ଦେଖନ୍ତୁ:
ରୂଢ଼୍ୟୋକ୍ତି)
# ସ୍ୱର୍ଗ ପ୍ରତି…ଚାହିଁଲେ
“ଆକାଶ ଆଡ଼େ…ଚାହିଁଲେ|” ଏହା ପ୍ରକାଶ କରେ ଯେ କେବଳ ସ୍ତିଫାନ ଏହି ଦର୍ଶନ ଦେଖିଲେ ଆଉ ଲୋକସମୂହ ମଧ୍ୟରୁ ଅନ୍ୟ କେହି ଦେଖିଲେ ନାହିଁ|
# ଯୀଶୁଙ୍କୁ ଠିଆ ହୋଇଥିବାର ଦେଖିଲେ
ଧ୍ୟାନ ଦିଅନ୍ତୁ ଯୀଶୁ “ଠିଆ ହୋଇଛନ୍ତି” “ବସି ନାହାନ୍ତି” ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ|ଏହା ଏକ ସମ୍ମାନ ଅଟେ ଯେବେ ଏକ ରାଜା ଠିଆ ହୋଇ ଅତିଥିକୁ ସ୍ୱାଗତ କରନ୍ତି|
# ଈଶ୍ୱରଙ୍କ ମହିମା
ଜ୍ୟୋତିଃ ରୂପେ ଈଶ୍ୱରଙ୍କ ମହିମା କିମ୍ବା ସମ୍ଭ୍ରମ. ଏହିପରି ଅନୁବାଦ କଲେ, “ଈଶ୍ୱରଙ୍କ ଠାରୁ ଉଜ୍ଜଳ ଜ୍ୟୋତିଃ”|
# ମନୁଷ୍ୟପୁତ୍ର
ସ୍ତିଫାନ ଯୀଶୁଙ୍କୁ ଏହି ପଦବୀ “ମନୁଷ୍ୟପୁତ୍ର” ଦ୍ୱାରା ଚିହ୍ନିଲେ|